Latest Odisha News

BREAKING NEWS

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଶା ଦେଇ ଯୁକ୍ତ ୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ୮ ଜଣ ଗଣଦୁଷ୍କର୍ମ କରିଥିବା ବୈଦ୍ୟନାଥପୁର ଥାନାରେ ଏତଲା। ୩ ଦିନ ତଳେ ଛାତ୍ରୀ ଜଣଙ୍କ ପୁରୁଷ ସହପାଠୀଙ୍କ ଘରକୁ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ନିଶା ଦିଆଯାଇ ଗଣଦୁଷ୍କର୍ମ ହୋଇଛି ବୋଲି କୁହାଯାଉଛି ।
ସୂଚନା ଅନୁସାରେ ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ। ଏହି ସମୟରେ ସହପାଠୀଙ୍କ ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ୭ ଜଣ ସହପାଠୀ ଉପସ୍ଥିତ ଥିଲେ। ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା ପରେ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ନିଶା ଦେଇଥିଲେ। ଏହାପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡିଥିଲେ।

ଏହି ଅଚେତ ଅବସ୍ଥାରେ ୮ ଜଣ ସହପାଠୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବୈଦ୍ୟନାଥପୁର ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଏହି ଗଣଦୁଷ୍କର୍ମରେ ସଂପୃକ୍ତ ୮ ଜଣ ସହପାଠୀମାନଙ୍କୁ ଅଟକ ରଖି ତଦନ୍ତ ଜାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.