Latest Odisha News

BREAKING NEWS

ବିରାଟ କୋହଲିଙ୍କ ଜନ୍ମଦିନ ପାଇଁ ଇଡେନ ଗାର୍ଡେନରେ ଜୋରଦାର ପ୍ରସ୍ତୁତି

କୋଲକାତା: ନଭେମ୍ବର ୫ରେ ଭାରତ ତାର ପରବର୍ତୀ ବିଶ୍ୱକପ କ୍ରିକେଟରେ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଏହି ଦିନ ବିରାଟ କୋହଲିଙ୍କ ୩୫ତମ ଜନ୍ମ ଦିନ ହୋଇଥିବାରୁ ଇଡେନଗାର୍ଡେନରେ ଖାସ ବନ୍ଦୋବସ୍ତ କରାଯାଇଛି । ବେଙ୍ଗଲ କ୍ରିକେଟ ଆସୋସିଏଶନ କୋହଲିଙ୍କ ୭୦୦୦୦ ମାସ୍କ ପ୍ରଶଂସକଙ୍କୁ ବାଂଟିବେ । ଏହା ପୂର୍ବରୁ କେକ କଟାଯିବ ଏବଂ ଆତଶବାଜୀ ଓ ଲେଜର ଶୋ ମଧ୍ୟ କରାଯିବ । କୋହଲି ଚଳିତ ବିଶ୍ୱକପରେ ୬ ମ୍ୟାଚରେ ୩୫୪ ରନ କରିଛନ୍ତି । ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିରୋଧରେ ଅର୍ଦ୍ଧଶତକ ମାରିଥିଲେ । ସେ ଆଉ ଏକ ଶତକ ମାରିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହେବେ । କ୍ରମାଗତ ୬ଟି ମ୍ୟାଚରେ ବିଜୟ ହାସଲ କରି ଭାରତ ଅପରାଜେୟ ରହିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଚାହିଁବ । କୋହଲି ତାଙ୍କ ଜନ୍ମଦିନକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଥିବାରୁ ସେମାନଙ୍କୁ ରୋକିବା ଭାରତୀୟ ବୋଲରଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସଦୃଶ ହେବ । ଇଂଲଣ୍ଡ ବିପକ୍ଷରେ ଭାରତର ପେସ ବାହିନୀ ଯେଉଁଭଳି ପ୍ରଦର୍ଶନ କଲେ ତାହା ପ୍ରଶଂସକଙ୍କ ବିଶ୍ୱାସ ଜିତିବାରେ ସହାୟ ହୋଇଛି ।

Leave A Reply

Your email address will not be published.