Latest Odisha News

ସାଧାରଣତନ୍ତ୍ର ଦିବସ: ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ ନାହିଁ ।

ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତକା ଉତ୍ତୋଳନ କରିଥିବା ବେଳେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କଟକ ଯିବେ ନାହିଁ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଚଳିତ ବର୍ଷ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଛନ୍ତି ।

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ୟାରେଡରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ ଏବଂ ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି ।

ଅନ୍ୟପଟେ ଚଳିତ ବର୍ଷ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବ ଦିଲ୍ଲୀ ଢାଞ୍ଚାରେ କରିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.