Latest Odisha News

BREAKING NEWS

ସାବଧାନ! ଡିପ୍ରେସ କରୁଛି ସ୍ମାର୍ଟ ଫୋନ…

ଭୁବନେଶ୍ୱର: ଆଜିର ସମୟରେ ପିଲାଠାରୁ ବୁଢା ସମସ୍ତେ ଅଙ୍ଗାଙ୍ଗୀ ଭାବରେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି ।

ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର କରୁଛି ଆମ ଶରୀର ପ୍ରତି ଏହା ସେତିକି କ୍ଷତି ପହଞ୍ଚାଉଛି ।

ତେବେ ନିଜର ଏଣ୍ଟରଟେରମେଣ୍ଟ ପାଇଁ ବ୍ୟବହାର କରୁଥିବା ଏହି ମୋବାଇଲ ଫୋନ ଯେ ଆମକୁ ଦିପ୍ରେସନ ଆଡକୁ ଟାଣି ନେଉଛି ତାହା ହୁଏତ ଅନେକ ବିଶ୍ୱାସ ନକରି ପାରନ୍ତି ।

ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ ଆଶ୍ଚର୍ଯ୍ୟ କଲା ଭଳି ଏକ ତଥ୍ୟ ପ୍ରଦାନ କରିବୁ ।

ସ୍ମାର୍ଟ ଫୋନ ଆମ ସ୍ୱାସ୍ଥ୍ୟ ଲାଗି ହାନିକାରକ ନା ନୁହେଁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ଏହାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି ।

ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ ବ୍ୟବହାରର ଅଭ୍ୟାସ ବଢି ଚାଲିଛି । ମୋବାଇଲ, କମ୍ପ୍ୟୁଟର , ଲାପଟପ୍ ବିନା ସତେ ଯେମିତି ଆମ ଜୀବନ ଅଟକି ଯାଇଛି । ସୋସିଆଲ ମିଡିଆର ହାଲଚାଲ ନଜାଣିଲେ ସବୁକିଛି ଅଧୁରା ଲାଗୁଛି ।

ତେବେ ସ୍ମାର୍ଟ ଫୋନ ପ୍ରତି ଦିନକୁ ଦିନ ବଢିଚାଲିଥିବାବେଳେ ଏହି ଆକର୍ଷଣ ଆମ ଅଜାଣତରେ ଆମ ସ୍ୱାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବପୀଢିମାନେ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ବିଷାଦଗ୍ରସ୍ତ ହେଉଛନ୍ତି ।

ୟୁନିଭରସିଟି ଅଫ ଆରିଜୋନାରୁ ପ୍ରକାଶିତ ରିର୍ସଚ୍ଚ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ମୋବାଇଲ ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଡିପ୍ରେସନର ଶୀକାର ହେଉଛନ୍ତି । ସ୍ମାର୍ଟଫୋନ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଫଳରେ ଏହା ମଣିଷ ମଧ୍ୟରେ ଡିପ୍ରସେନର ଲକ୍ଷଣ ବୃଦ୍ଧି କରୁଛି ।

ବିଶେଷ କରି ଦୁର୍ବଳ ମାନସିକତାର(ୱିକ୍ ସାଇକୋଲୋଜି) ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ତେବେ କେବଳ ଏହି ଗୋଟିଏ ରିପୋର୍ଟ ନୁହେଁ ମୋବାଇଲର ବ୍ୟବହାର ଓ ଏହାର କୁପ୍ରଭାବକୁ ନେଇ ପୂର୍ବରୁ ଅନେକ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.