Latest Odisha News

BREAKING NEWS

କଟକରେ ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ସୋମବାର ଦିନ ୭୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩୨୦୨ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୫୩ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ସେହିପରି ବଡମ୍ବାରୁ (୨), ଚୌଦ୍ୱାରରୁ (୧), ଡମପଡାରୁ (୧), ନରସିଂହପୁର (୫), କଣ୍ଟପଡାରୁ (୧), ମାହାଙ୍ଗାରୁ (୧), ନିଆଳିରୁ (୧), ସଦରରୁ (୪), ସାଲେପୁରରୁ (୧) ଓ ଟାଙ୍ଗିରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସିଏମସିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କଣ୍ଟେନମେଣ୍ଟ ଜୋନ୍‌, ୬ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୧୮ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୧୦ ଜଣ ଲୋକାଲ୍ କେସ୍ ରହିଛି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୧୧୦୪ଟି ସକ୍ରିୟ ମାମଲା ରହିଥିବା ବେଳେ ୨୦୮୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୧ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି।

ଅଧିକ ପଢନ୍ତୁ- ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଅଧିକ ପଢନ୍ତୁ- ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

Leave A Reply

Your email address will not be published.