Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିଡିଏ ଟ୍ରାଏଲ ବିରୋଧରେ ସେ ସୁପ୍ରିମକୋର୍ଟରେ ପହଂଚିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ ବୋଲି ପ୍ରମାଣିତ କରିବା ପାଇଁ କିଛି ଗଣମାଧ୍ୟମ ଲଗାତର ଖବର ପ୍ରସାରଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ରୟା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

କୋର୍ଟର ରାୟ ଓ ପୋଲିସର ତଦନ୍ତ ପୂର୍ବରୁ ମିଡିଆ ତାଙ୍କୁ ଦୋଷୀ ଭାବେ ଉପସ୍ଥାପନ କରିସାରିଛି ବୋଲି ରିୟା କହିଛନ୍ତି । ଅନ୍ୟପଟେ ଆଜି ଦ୍ୱିତୀୟ ଥର ପାଇଁ ଇଡି ରିୟା ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଜେରା କରିଛି ।

Leave A Reply

Your email address will not be published.