Latest Odisha News

BREAKING NEWS

୭୨ ବର୍ଷର ପୁରୁଣା ମଦ କିଣିବା ପାଇଁ ଗଣ୍ଡଗୋଳ, ୩୯ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଗୋଟିଏ ବୋତଲ ମଦ କିଣିବା ପାଇଁ ୩୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ହଙ୍ଗକଙ୍ଗରେ ଏକ ମଦ ବୋତଲକୁ ନିଲାମୀ ବେଳେ ଏହାକୁ ୩୯ ଲକ୍ଷରେ ବିକ୍ରି କରାଯାଇଛି । ଏହି ମଦ ୭୨ ବର୍ଷ ପୁରୁଣା,ତେଣୁ ଏତେ ତାମରେ ବିକ୍ରି ହୋଇଛି ।

ଏହା ପ୍ରଥମ ଥର ୧୯୪୮ରେ ପ୍ରସ୍ତୁତ ଗ୍ଲେନ୍ ଗ୍ରାଣ୍ଟ୍ ହ୍ୱିସ୍କିର ଏକ ବୋତଲ । ଏହାକୁ ସ୍ୱତନ୍ତ୍ର ଭାବେ ବଟଲର୍ ଗାର୍ଡେନ ଓ ମ୍ୟାକଫେଲ୍ ଦ୍ୱାରା ନିଲାମ ପାଇଁ ରଖାଯାଇଥିଲା । ଏହାର ନିଲାମ ବେଳେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।

ସ୍କଟଲ୍ୟାଣ୍ଡର ଗ୍ଲେନ୍ ଗ୍ରାଣ୍ଟ୍ ସିଙ୍ଗିଲ ମାଲ୍ଟ ହ୍ୱିସ୍କିର ୭୨ ବର୍ଷର ପୁରୁଣା ବୋତଲକୁ ୫୪୦୦୦ ହଙ୍ଗକଙ୍ଗ ଡଲାରରେ ନିଲାମ କରାଯାଇଛି । ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩୯ ଲକ୍ଷ ଟଙ୍କା ।

କରୋନା ମହାମାରୀ ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲେ ବି ଦୁର୍ଲଭ ହ୍ୱିସ୍କି ପ୍ରତି ଲୋକଙ୍କ ରୁଚି ରହିଛି । ମଦ ଓ ହ୍ୱିସ୍କି ବିଶେଷଜ୍ଞ କ୍ରିଷ୍ଟୋଫର ପୋଙ୍ଗ୍ କହିଛନ୍ତି ଯେ, ଅନ୍ୟ ଦ୍ରବ୍ୟ ତୁଳନାରେ ପୁରୁଣା ହ୍ୱିସ୍କିର ଦାମ୍ ଗତ ୧୦ ବର୍ଷରେ ୪ ଗୁଣା ବଢିଛି ।  

 

Leave A Reply

Your email address will not be published.