Latest Odisha News

BREAKING NEWS

ଗଦ୍ଦାଫି ବୋହୂଙ୍କ ପାଗଳାମୀ, ଟ୍ରାଫିକରେ ପୋଲିସ ଅଟକାଇବାରୁ ଗାଡି ମଡେଇଦେବାକୁ ଉଦ୍ୟମ

ତ୍ରିପୋଲି: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦ ଶାସକ ମୁଆମ୍ବର ଗଦ୍ଦାଫିଙ୍କ ବୋହୂ ଆଲାଇନ ସ୍କାଫ ମଧ୍ୟ ଶ୍ୱଶୂରଙ୍କ ପରି ନୃଶଂସ ପଣିଆ ରଖିଥିବା ଜଣାପଡିଛି । ରିପୋର୍ଟ ମୁତାବକ ଆଲାଇନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବାରୁ ଜଣେ ପୋଲିସ ତାଙ୍କୁ ଅଟକାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେ ପୋଲିସକୁ ଗାଡି ମଡେଇଦେବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ୩ଜଣ ପୋଲିସକର୍ମୀ ଓ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।

କ୍ରୂର ଶାସକ ଗଦ୍ଦାଫିଙ୍କ ୫ମ ପୁତ୍ର ହନୀବଲଙ୍କ ସହ ଆଲାଇନଙ୍କ ବିବାହ ହୋଇଥିଲା । ସ୍ଥାନୀୟ ସରକାର ଏବେ ବି ତାଙ୍କୁ ଭୟରେ ଅନେକ ସୁବିଧା ସୁଯୋଗ ଯୋଗାଉଥିବା ବିପକ୍ଷ ଦଳ ଅଭିଯୋଗ କରିଛନ୍ତି । ଗଦ୍ଦାଫି ୧୯୬୧ରୁ ୨୦୧୧ ପର୍ଯ୍ୟନ୍ତ ଲିବ୍ୟାର ଏକଚ୍ଛତ୍ରବାଦ ଶାସକ ଥିଲେ । ପରେ ୨୦୦୧ରେ ତାଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.