Latest Odisha News

‘ଅମ୍ଫାନ’ ମୁକାବିଲା, ପ୍ରସ୍ତୁତ ଅଛି ୭୬୦୦ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ପଂଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି ।

ସେ କହିଛନ୍ତି, ବାତ୍ୟାର ମୁକାବଇଲା ପାଇଁ ଆପେ ପୁରା ପ୍ରସ୍ତୁତ ରହିଛୁ । ଲୋକଙ୍କ ପାଇଁ ୭୬୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଅଛି । ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ । ୧୧ରୁ ୧୨ ଲକ୍ଷ ଲୋକଙ୍କ ସ୍ଥାନନ୍ତର କରିବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ ସାମୁଦ୍ରିକ ଝଡ ଅମ୍ଫାନ ପାରାଦୀପ ଠାରୁ ବର୍ତମାନ ୭୮୦ କିମି ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

Leave A Reply

Your email address will not be published.