Latest Odisha News

BREAKING NEWS

ପ୍ରେମ ଦେଖେନା ବୟସ

ମୁମ୍ବାଇ: ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଜଣେ ୭୦ବର୍ଷୀୟା ବୃଦ୍ଧା ଏବଂ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର। ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। କେବଳ ଏତିକି ନୁହେଁ ଦୁହେଁ ବିବାହ ମଧ୍ୟ କରିଛନ୍ତି।

ସୂଚନାନୁସାରେ, ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ସିରୋଲ ତହସିଲ୍ ଘୋସରବାଡ଼ରେଜାନକୀନାମରେ ଏକ ବୃଦ୍ଧାଶ୍ରମ ରହିଛି। ଏହି ଆଶ୍ରମରେ ୭୫ ବର୍ଷୀୟ ବାବୁରାଓ ପାଟିଲ୍ ୭୦ ବର୍ଷୀୟା ଅନୁସୟା ସିନ୍ଧେ ବର୍ଷ ହେବ ରହୁଛନ୍ତି। ବାବୁରାଓଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନୁସୟାଙ୍କ ସ୍ୱାମୀଙ୍କର ବି ପରଲୋକ ହୋଇସାରିଛି

ଏହି ଦୁଇ ଜଣ ଆଶ୍ରମରେ ପରସ୍ପରଙ୍କ ସାହାରା ବନି ରହୁଥିଲେ କିଛିଦିନ ତଳେ ବାବୁରାଓ ପାଟିଲ ଅନୁସୟାଙ୍କୁ ବିବାହ ପାଇଁ ପ୍ରସ୍ଥାବ ଦେଇଥିଲେ ସେ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିଲେ ହେଲେ ପରେ ଅନୁସୟା ବାବୁରାଓଙ୍କୁ ହଁ କହିଥିଲେ ଯେବେ ଏହି ଦୁଇ ଜଣଙ୍କ କଥା ଆଶ୍ରମର ପରିଚାଳକଙ୍କୁ ଜଣାପଡ଼ିଲା ସେ ଆଇନ୍ଅନୁଯାୟୀ ଦୁହିଁଙ୍କର ବିବାହ କରାଇଥିଲେ ।

Leave A Reply

Your email address will not be published.