Latest Odisha News

BREAKING NEWS

ମନ୍ କି ବାତରେ ଆଜି ହୋଲି ଓ କରୋନା ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ତାସହ ସାରା ଦେଶରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନକୁ ଅପେକ୍ଷା କରିଛି ସାରା ଦେଶ । ଏହାରି ଭିତରେ ଆଜି ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଣ କହିବେ ପ୍ରଧାନମନ୍ତ୍ରୀ ତାଉପର ସମସ୍ତଙ୍କ ନଜର ରହିଛି । ବିଶେଷ କରି ହୋଲି ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଦୋଳ ପୂର୍ଣ୍ଣିମା ଓ ହୋଲି ଶୁଭେଚ୍ଛା ଜଣାଇବେ ।

ସେହିପରି ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଏନେଇ ଜନସାଧାରଣଙ୍କୁ ସଚେତନ କରାଇବେ ପ୍ରଧାନମନ୍ତ୍ରୀ । କେମିତି କରୋନାଠାରୁ ଦୂରେଇ ରହିବେ ? ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁଚତ୍ୱ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଆଜି ମନ୍ କି ବାତର ୭୫ତମ ସଂସ୍କରଣ ।

Leave A Reply

Your email address will not be published.