Latest Odisha News

ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, କବିତା ନାୟକ, ସ୍ମୃତିରେଖା ପ୍ରତିହାରୀ, ଜୟଗୁରୁ ପ୍ରଧାନ, ଜ୍ୟୋତିରାଣୀ ନାୟକ ଓ ନୀଳିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରି ନିଜ ନୃତ୍ୟ ପ୍ରତିଭା ବଳରେ ସେ ଓଡ଼ିଶୀ ନୃତ୍ୟକୁ ବିଶ୍ୱସ୍ତରୀୟ କରି ବହୁତ ସମ୍ନାନର ଅଧିକାରୀ ହୋଇଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

ଲଷ୍ମୀଧର ବେହେରା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଓଡ଼ିଶା ପ୍ରତ୍ନତତ୍ତ୍ୱ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.