Latest Odisha News

BREAKING NEWS

୧୫ ବର୍ଷ ଅପେକ୍ଷାର ହେଲା ଅନ୍ତ; ମିଳିଲା ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା

ନୂଆଦିଲ୍ଲୀ: ୧୫ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା। ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାର ଏକ ଖଣିରେ ୧୫ ବର୍ଷ ଅପେକ୍ଷା କରିବା ପରେ ଜଣେ ଶ୍ରମିକ ଏବଂ ତାଙ୍କର ତିନି ସହଯୋଗୀ ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା ପାଇଛନ୍ତି।

ସ୍ଥାନୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ହୀରାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହୋଇପାରେ ଏବଂ ଅଧିକାରୀଙ୍କ ଅନୁଯାୟୀ ଏହି ହୀରା ଟିକସ କାଟିବା ପରେ ସମ୍ପୃକ୍ତ ଖଣି ମାଲିକଙ୍କ ନିକଟକୁ ପଠାଯିବ।

ପନ୍ନା କଲେକ୍ଟର କହିଛନ୍ତି ଯେ ରତନଲାଲ ପ୍ରଜାପତି ଏବଂ ତାଙ୍କ ସହଯୋଗୀମାନେ ଜିଲ୍ଲାର ହିରାପୁର ତାପାରିଆ ଅଞ୍ଚଳରେ ଥିବା ଲିଜ୍ ହୋଇଥିବା ଜମିରୁ ୮.୨୨ କ୍ୟାରେଟ୍ ହୀରା ବାହାର କରିଛନ୍ତି। ସେ କହିଛନ୍ତି ଯେ ଏହି ହୀରାକୁ ଅନ୍ୟାନ୍ୟ ରତ୍ନ ସହିତ ସେପ୍ଟେମ୍ବର ୨୧ ରେ ନିଲାମ ପାଇଁ ରଖାଯିବ।

ସରକାରୀ କାର୍ଯ୍ୟାଳୟରେ ବହୁମୂଲ୍ୟ ପଥର ଜମା କରିବା ପରେ ରତନଲାଲ ପ୍ରଜାପତିଙ୍କ ଅନ୍ୟତମ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଗତ ୧୫ ବର୍ଷ ହୀରା ଖୋଜିବା ପାଇଁ ବିଭିନ୍ନ ଖଣିରେ ସମୟ ଅତିବାହିତ କରିଥିଲେ, କିନ୍ତୁ ସେ ପ୍ରଥମ ଥର ପାଇଁ ଏହି ସଫଳତା ଲାଭ କରିଛନ୍ତି।

ଖଣି ମାଲିକ କହିଛନ୍ତି ଯେ ସେ ଏବଂ ତାଙ୍କ ସହଯୋଗୀମାନେ ହୀରା ନିଲାମରୁ ପ୍ରାପ୍ତ ଅର୍ଥକୁ ସେମାନଙ୍କ ପିଲାମାନଙ୍କୁ ଉନ୍ନତ ଜୀବନ ଏବଂ ଶିକ୍ଷା ପ୍ରଦାନ କରିବେ।

Leave A Reply

Your email address will not be published.