Latest Odisha News

ରିଲାଏନ୍ସ ଏଂଟରଟେନମେଂଟ ଓ ଟିସିରିଜ ୧୦୦୦କୋଟି ବ୍ୟୟରେ ନିର୍ମିତ କରିବେ ୧୦ ଫିଲ୍ମ

ମୁମ୍ବାଇ: ରିଲାଏନ୍ସ ଏଂଟରଟେନମେଂଟ ଓ ଟିସିରିଜ ମିଳିତ ଭାବେ ୧୦ଟି ବିଗ ବଜେଟ ଫିଲ୍ମ ନିର୍ମାଣ କରିବେ । ଏହାର ପ୍ରାରମ୍ଭିକ ବଜେଟ ୧୦୦୦ କୋଟି ଟଙ୍କା ରହିଛି । ଫିଲ୍ମ କେଉଁ ପ୍ରକାରର ହେବ ଏବଂ ଷ୍ଟାର କାଷ୍ଟ କଣ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ରିପୋର୍ଟ ମୁତାବକ ଦକ୍ଷିଣ ଭାରତର ସୁପରହିଟ ଫିଲ୍ମ ବିକ୍ରମଭେଧା ରିମେକରୁ ଏହି ପ୍ରୋଜେକ୍ଟ ଆରମ୍ଭ ହେବ । ଏଥିରେ ହ୍ରିତିକ ରୋଶନ ଓ ସୈଫ ଅଲୀ ଖାଁ ଅଭିନୟ କରିବେ ।

ପ୍ରଥମ ଥର ପାଇଁ ୨ଟି ବଡ ଷ୍ଟୁଡିଓ ଏକତ୍ର କାମ କରିବାକୁ ଯାଉଥିବାରୁ ଦର୍ଶକମାନେ ଆକର୍ଷଣୀୟ ଫିଲ୍ମ ଭେଟି ପାଇବେ ବୋଲି ଆଶା କରାଯାଉଛି । ୪/୫ଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.