Latest Odisha News

BREAKING NEWS

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୫,୨୫,୯୬୮ ଜଣ ବ୍ୟକ୍ତିଙ୍କୁ ଲର୍ଣ୍ଣିଂ ଲାଇସେନ୍ସ(ଏଲଏଲ୍) ପ୍ରଦାନ କରାଯାଇଛି । ସେହିପରି ୧,୪୪,୬୭୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୯୫,୨୬୬ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ।

ଭୁବନେଶ୍ୱରରେ ୧,୬୩,୦୨୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪୫,୩୫୧ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ୍) ଏବଂ ୧୨,୫୪୫ ଜଣଙ୍କ ମଧ୍ୟରୁ ୮୧୦୨ ଜଣଙ୍କୁ ଆରଟିଓ-୧ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ।

ଏହାବ୍ୟତିତ ଆରଟିଓ-୨ ପକ୍ଷରୁ ଏହି ଅବଧି ମଧ୍ୟରେ ପାଖାପାଖି ୩୧,୬୩୭ ଲୋକଙ୍କ ମଧ୍ୟରୁ ୨୪,୯୮୭ ଜଣଙ୍କୁ ଏଲଏଲ୍ ଓ ୭୧୦୯ ଜଣ ଲୋକଙ୍କ ମଧ୍ୟରୁ ୫୫୦୫ ଜଣଙ୍କୁ ଡିଏଲ୍ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.