Latest Odisha News

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗତକାଲି ସଂଧ୍ୟା ୮ ଟା ୩୦ ମିନିଟ ସମୟରେ ଜାଲପାଇଗୁଡ଼ି ମାଲ ନଦୀରେ ଦୁର୍ଗା ମାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ୧୦୦ ଜଣ ଲୋକ ନଦୀ ଭିତରକୁ ପ୍ରବେଶ କରିଥିଲେ  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଭାସିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ କିଛି ଲୋକ ମଧ୍ୟ ନଦୀର ପ୍ରଖର ସ୍ରୋତରେ ନିଖୋଜ ଥିବା ଜଲପାଇଗୁଡ଼ି ଏସପି ସୂଚନା ଦେଇଛନ୍ତି ।

ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୮ଜଣଙ୍କ ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛି ଉଦ୍ଧାରକାରୀ ଦଳ  । ଏନଡିଆରଏଫ୍‌, ଏସଡିଆରଏଫ୍‌, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.