Latest Odisha News

BREAKING NEWS

ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ

ଭୁବନେଶ୍ୱର: ପ୍ରତିଶ୍ରୁତି, ପ୍ରତୀକ୍ଷାର ଅନ୍ତ ନହେଲେ ପୁଣି ଆନ୍ଦୋଳନ ତେଜିବ । ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛି ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ । ରାଜ୍ୟ ସରକାର ଅକ୍ଟୋବର ୧୧ ସୁଦ୍ଧା ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର ।

ଯଦି ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସରକାର କଥା ନ ରଖିବେ ତାହାଲେ ଆନ୍ଦୋଳନ ଜୋରଦାର ହେବ ବୋଲି ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ନେତା କହିଛନ୍ତି । ସେପ୍ଟେମ୍ବର ୧୧ ତାରିଖରେ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଭୁବନେଶ୍ୱରର ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୪୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ବର୍ଷାରେ ଭିଜି ଭିଜି ପ୍ରତିବାଦ କରିଥିଲେ । ଏହାପରେ ରାଜ୍ୟ ସରକାର ସଂଘ ସହ ଆଲୋଚନା କରି ପ୍ରତିଶ୍ରୁତି ଦେଇଥିବା କହିଥିଲେ ସଂଘ ସଭାପତି ବିଜଲ ମଲ୍ଲ ।

Leave A Reply

Your email address will not be published.