କୁର୍ନୁଲ: ଆନ୍ଧ୍ର ପ୍ରଦେଶର କର୍ନୁଲରେ ଏକ ପିକଅପ୍ ସହ ଲରି ଗାଡିର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରେ ୫ ମହିଳା, ଜଣେ ତିନି ବର୍ଷର ଝିଅ ଓ ଦୁଇ ଜଣ ପୁରୁଷ ଅଛନ୍ତି । ଦୁର୍ଘଟଣା ସମୟରେ ପିକଅପ୍ ଗାଡ଼ିରେ ୨୧ ଜଣ ଶ୍ରଦ୍ଧାଳୁ ଥିଲେ । ଆହତ ୧୦ ଜଣଙ୍କୁ ଚିକିତ୍ସା ପାଇଁ ୟେମ୍ମିଗାନୁର୍ର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା କର୍ଣ୍ଣାଟକ-ଆନ୍ଧ୍ରପ୍ରଦେଶ ସୀମା ନିକଟରେ କୁର୍ନୁଲ ଜିଲ୍ଲାର ଧର୍ମପୁର ଟୋଲ୍ ପ୍ଲାଜାଠାରୁ ପ୍ରାୟ ୮-୯ କିଲୋମିଟର ଦୂରରେ ଜାତୀୟ ରାଜପଥ ୧୬୭ରେ ଘଟିଥିଲା । ଦୁର୍ଘଟଣାକୁ ନେଇ ମନ୍ତ୍ରୀ ଟିଜି ଭରତ ଗୁପ୍ତା ଓ ବିସି ଜନାର୍ଦ୍ଦନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି ।