Latest Odisha News

BREAKING NEWS

ଅଜଗର ସାପ ଉଦ୍ଧାର

ବରଗଡ଼ : ଉଦ୍ଧାର ହେଲା ଅଜଗର ସାପ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ।

ପରେ ସେହିରାସ୍ତା ଦେଇ ଯାଉଥିବା ଦିବସ ସାହୁ ନାମକ ଜଣେ ସ୍କୁଲ ଶିକ୍ଷକ ବନ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଁଚି ବହୁ ପରିଶ୍ରମ କରିବା ପରେ ସାପଟିକୁ ଉଦ୍ଧାର କରିଛନ୍ତି । ଏହି ବାରିଟକାୟ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା ।

Comments are closed.