Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାରି ଭିତରେ ଆସିଛି ଏକ ଆଶ୍ୱସନାର ଖବର । ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ଆଜି ଯାଜପୁରରୁ ୪ଜଣ, ଭଦ୍ରକରୁ ୨ଜଣ, ବାଲେଶ୍ଵର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୬୧ ପହଂଚିଛି ।

Leave A Reply

Your email address will not be published.