Latest Odisha News

BREAKING NEWS

ପଞ୍ଜାବ ମୁକ୍ତସରରେ ଅଘଟଣ: ସରହିନ୍ଦ କେନାଲକୁ ଖସିଲା ବସ୍ , ୮ ମୃତ

ପଞ୍ଜାବ : ପଞ୍ଜାବର ମୁକସର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  । ସରହିନ୍ଦ କେନାଲକୁ ଏକ ଘରୋଇ ବସ୍ ଖସି ପଡିଛି  । ଫଳରେ ୮ଜଣ ଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡିଛି  । ୧୦ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ସୂଚନା ମୂତାବକ ଗତକାଲି ମୁକସର କୋଟକାପୁରା ରାସ୍ତାରେ ଥିବା ଝବେଲଓ୍ବାଲୀ ଗାଁ ନିକଟରେ ଏହି ଅଘଟଣ ଘଟିଛି ।

ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି  । ବସରେ ଥିବା ୪୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି  । ବସଟି ମୁକ୍ତସରରୁ ଅମ୍ରିତସର ଅଭିମୁଖେ ଯାଉଥିବା ବେଳେ କେନାଲକୁ ଖସି ପଡିଥିଲା  । ଡ୍ରାଇଭର ଜଣକ ବ୍ରିଜ୍ ପାର ହେଉଥିବାବେଳେ ବସ୍ ଟି ଭାରସାମ୍ୟ ହରାଇବାରୁ ଡ୍ରାଇଭର ଜଣକ ବ୍ରେକ୍ ଲଗାଇଥିଲେ  । ଫଳରେ ବସଟି କେନାଲ ମଧ୍ୟକୁ ପଶିଯାଇଥିଲା । ଏକ କ୍ରେନ୍ ସାହାର୍ଯ୍ୟରେ ବସଟିକୁ ଉଦ୍ଧାର କରାଯାଇଛି  । ସେପଟେ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ  ।

Leave A Reply

Your email address will not be published.