Latest Odisha News

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ  ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି  ।   ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଘରେ ଘରେ ପିଠାପଣାର ଆସର ଜମିଛି  । ପିଲାଠୁ ବୁଢା ସମସ୍ତେ ନୁଆ ପୋଷାକ ପିନ୍ଧୁ ନୂଆଁଖାଇ ପର୍ବ ପାଳନ କରୁଛନ୍ତି ।

ସେପଟେ ପୁରୀରେ ବାଲୁକାକଳା ମାଧ୍ୟମରେ ନୂଆଁଖାଇ ଜୁହାରର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  । ଧାନ ଅମଳର ଖୁସିରେ ଏହି ପର୍ବ ପାଳିତ ହେଉଥିବା  ଯୋଗୁଁ ସୁଦର୍ଶନ ଏହି ବାଲୁକା କଳାରେ ନୂଆ ଧାନକୁ ସ୍ଥାନ ଦେଇଛନ୍ତି । ଏଥିସହିତ ନିଜ ବାଲୁକାକଳାରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ଚିତ୍ର ମଧ୍ୟ ଖୁବ ସୁନ୍ଦର ଭାବରେ ପ୍ରସ୍ତୁତ କରିଛନ୍ତି । ନୀଳାଦ୍ରି ବେଳାଭୂମିରେ ପ୍ରସ୍ତୁତ ପ୍ରାୟ ୧୦ ଫୁଟ ଲମ୍ବର ଏହି ବାଲୁକାକଳାରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ନାରୀର ଅପରୂପ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି  । ଯାହାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି  ।

Leave A Reply

Your email address will not be published.