ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ । ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି ।
ତାର ମୁହଁ ତଳକୁ ହୋଇଥିବାରୁ ସେ ଅକ୍ସିଜେନ ଗ୍ରହଣ କରିପାରିନଥିଲା । ୫ଦିନ ଧରି ଉଦ୍ଧାର କାର୍ଯ୍ୟ ହୋଇଥିଲା । ପାଣି ଓ ପଥର ପାଇଁ ଉଦ୍ଧାରକାରୀ ଦଳଙ୍କ ପାଇଁ ସମସ୍ୟା ହୋଇଥିଲା । ଏନଡିଆରଏଫ୍ ଓ ଡିଏସଆରଏଫର ମୋଟ ୬୧ ଯବାନ ନିୟୋଜିତ ହୋଇଥିଲେ ।
ହେଲେ ଅକ୍ସିଜେନ ଅଭାବରୁ ତାର ମୃତ୍ୟୁ ହୋଇଛି । ମୃତଦେହକୁ ଆଠେନାର ହସପିଟାଲକୁ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡିବଯେ, ଅକ୍ସିଜେନ ନ ପାଇବାରୁ କିମ୍ୱା ଆଘାତ ଲାଗିବାରୁ ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ତାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାର ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।
अत्यंत दुखद है कि बैतूल के मांडवी गांव में बोरवेल में गिरे नन्हे तन्मय को प्रशासन के अथक प्रयासो के बाद भी नहीं बचाया जा सका।
ईश्वर से दिवंगत आत्मा की शांति और परिजनों को यह वज्रपात सहन करने की शक्ति देने की प्रार्थना करता हूं।
।। ॐ शांति ।।
— Shivraj Singh Chouhan (@ChouhanShivraj) December 10, 2022
Comments are closed.