ଗଞ୍ଜାମ: ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ ।
ଖବର ମୁତାବକ, ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି ଖଲ୍ଲିକୋଟ ପୋଲିସ ପକ୍ଷରୁ ଚେକିଂ ସମୟରେ ଏକ କାରର୍ ଭିତରୁ ୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ବ୍ରହ୍ମପୁରରୁ କଲକାତା ବିନା ଜିଏସଟିରେ ଚାଲାଣ ହେଉଥିବା ପଚରା ଉଚରା ସମୟରେ ଜାଣିବାକୁ ପାଇଛି ପୋଲିସ । ତେଣୁ ଅଧିକ ତଦନ୍ତ ପାଇଁ ଜିଏସଟି ଅଧିକାରୀ ଙ୍କୁ ଖବର ଦିଆଯାଇଥିବା କହିଛନ୍ତି ପୋଲିସ ଅଧିକାରୀ ।
Comments are closed.