Latest Odisha News

BREAKING NEWS

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ  ।

ଆଜି ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ । ଏଥିପାଇଁ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ଏକ  ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ନବ ଦାସଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଝାରସୁଗୁଡ଼ା ତଥା ଓଡ଼ିଶା ର କୋଣ ଅନୁକୋଣ ରୁ ବହୁ କର୍ମୀ ଙ୍କ ସହିତ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ଦଳୀୟ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ବିରୋଧୀ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ଶ୍ରଦ୍ଧାଞ୍ଜଳି ସଭାର ସମସ୍ତ ଆୟୋଜନର ତଦାରଖ କରିଥିଲେ ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି  ।

ସଭାମଞ୍ଚରେ ଉପସ୍ଥିତ କର୍ମୀ ଏବଂ ସମ୍ପର୍କୀୟଙ୍କୁ ସମ୍ବୋଧନ କରି ଦୀପାଳି ବାପା ନବ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ବାପାଙ୍କ କଥା କହି ମଞ୍ଚ ଉପରେ କାନ୍ଦି ପକାଇଥିଲେ । ସେ କହିଥିଲେ, ମୁଁ ଭାବୁଥିଲି, ବାପାଙ୍କୁ ହରାଇ ଆମେ ଅନାଥ ହୋଇଯାଇଛୁ ବୋଲି । କିନ୍ତୁ ଝାରସୁଗୁଡାବାସୀ ଆସି ଯେତେବେଳେ ମୋତେ କହିଥିଲେ ଆମେ ଅନାଥ ହୋଇଗଲୁ, ମୁଁ ଭାବିଲି ମୋ ବାପାଙ୍କର ଏତେ ବଡ ପରିବାର ଥିଲା । ଆଜି ବାପା ଚାଲି ଯାଇଛନ୍ତି ହେଲେ ମୋତେ ଏତେ ବଡ ପରିବାର ଦେଇ ଯାଇଛନ୍ତି ।

‘ମୁଁ କେବେ ବି ଭାବି ନ ଥିଲି ମୋ ବାପାଙ୍କ ନାଁ ପାଖରେ ସ୍ୱର୍ଗତ ଲାଗିବ ବୋଲି । ସେ ଆଜି ନାହାନ୍ତି, କିନ୍ତୁ ମୁଁ ଜାଣିଛି ସେ ମୋ ପଛରେ ଛିଡା ହୋଇଛନ୍ତି । ମୋ ବାପା କହିଥିଲେ, ଯେଉଁ ଜାଗାରେ କୃଷ୍ଣ ଅଛନ୍ତି ସେ ଜାଗାରେ କଂସ ଅଛି, ଯେଉଁଠି ରାମ ଅଛନ୍ତି, ସେଠି ରାବଣ ଅଛନ୍ତି । କିନ୍ତୁ ସବୁଠି ସତ୍ୟର ଜୟ ହେବ ।’

Leave A Reply

Your email address will not be published.