Latest Odisha News

BREAKING NEWS

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ୨୦୧୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି କଂଗ୍ରେସ । ୨୪ ବର୍ଷ ବିଜେଡି ଶାସନ ଏବଂ ୯ ବର୍ଷ ବିଜେପି ଶାସନରେ ଯାହା ହୋଇନାହିଁ ତାହା କରିଦେଖାଇବ ବୋଲି କହିଛି କଂଗ୍ରେସ ।

ବୋନସ୍ ସହ ଧାନ ଏମଏସପି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା, ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ,  ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା, ଏସଏଚଜିକୁ ବ୍ୟାଙ୍କ ଋଣ ଛାଡ, ଚିଟଫଣ୍ଡ ଅର୍ଥ ଫେରସ୍ତ, ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ସିଲିଣ୍ଡର, ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ । କଂଗ୍ରେସର ଏହି ୯ ଗ୍ୟାରେଣ୍ଟିକୁ ନେଇ ପ୍ରଚାର ଆରମ୍ଭ କରିବ କଂଗ୍ରେସ ।

Leave A Reply

Your email address will not be published.