Latest Odisha News

BREAKING NEWS

ମାଳଦ୍ୱୀପରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଯାଇ ୯ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଳଦ୍ୱୀପ ରାଜଧାନୀ ମାଲେରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୯ ଜଣ ଭାରତୀୟ ଥିବା କୁହାଯାଉଛି । ନିଆଁରେ କୋଠାର ଉପର ମହଲା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ତଳେ ଥିବା ବାଇକ୍ ଗ୍ୟାରେଜରୁ ନିଆଁ ଉପରକୁ ବ୍ୟାପି ଯାଇଥିଲା ।

ଅଗ୍ନିଶମ ବାହିନୀ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ଆୟତ୍ତକୁ ଆସିଛି ନିଆଁ । ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୯ ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି ।

ମାଳଦ୍ୱୀପ ସ୍ଥିତ ଭାରତୀୟ ଦୂତାବାସ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରତି ଗଭୀର ଶୋକବ୍ୟକ୍ତ କରିଛି । ସେଠାକାର କର୍ତ୍ତୃପକ୍ଷଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଥିବା ସୂଚନା ଦେଇଛି ।

Leave A Reply

Your email address will not be published.