Latest Odisha News

BREAKING NEWS

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର ଡାଜେଜାଙ୍କ ପତ୍ନୀ ରିଭାବା ଜାମନଗର ନର୍ଥ ଆସନ ପାଇଁ ଟିକେଟ ପାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟୋଲିଆ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ମଜୁରା ଆସନରୁ ଲଢିବେ ।   ୧୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୮୪ ଜଣ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଡିସେମ୍ୱର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ୮୯ ସିଟ୍ ପାଇଁ ମତଦାନ ହେବ ।

ସେହିପରି ଡିସେମ୍ୱର ୫ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୯୩ ଆସନରେ ମତଦାନ ହେବ ଓ ବିଜେପିର ୭୬ ପ୍ରାର୍ଥୀ ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଲିକାର ଥିବା ୧୬ ଜଣଙ୍କ ମଧ୍ୟରୁ ୧୪ ଜଣ ମହିଳା, ୧୩ ଜଣ ଅନୁସୂଚିତ ଜାତି ଓ ୨୪ ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ସୂଚନା ଅନୁସାରେ, ତାଲିକାରେ ୬୯ ଜଣ ସିଟିଂ ଏମଏଲ୍ଏ ଓ ୩୮ ଜଣ ପୂର୍ବତନ ବିଧାୟକ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଓ ବହୁ ପୁରୁଖା ନେତା ଏଥର ଟିକେଟରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ୱର ୧୪ ତାରିଖରେ ନାମାଙ୍କନ ଦାଖଲ ଶେଷ ହେବ । ୨ୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ୱର ୧୭ ଧାର୍ଯ୍ୟ ହୋଇଛି । ୧୯୯୫ ଓ ୨୦୧୭ ଭଳି ଆସନ୍ତା ନିର୍ବାଚନକୁ ବି ଜିତିବାକୁ ଲକ୍ଷ୍ୟ ରଖିଛି ବିଜେପି । ଗୁଜରାଟରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଥିବାବେଳେ ଏଥର ଆମ୍ ଆଦମୀ ପାର୍ଟି ନିର୍ବାଚନ ମୈଦାନକୁ ଓହ୍ଲାଇଛି ।

Leave A Reply

Your email address will not be published.