Latest Odisha News

BREAKING NEWS

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା: ଇରାନରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୯ ମୃତ

ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି  ।  ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ । ତୀର୍ଥଯାତ୍ରୀ ବସ୍‌ ପବିତ୍ର ଶିୟା ମୁସଲିମ ସହର କର୍ବଲା ଯାଉଥିଲା । ଏହି ସହର ମୁସଲିମ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ  ।  ଏହା ବାଗଦାଦ ଠାରୁ ୮୮ କିମି ଦୂରରେ ଅବସ୍ଥିତ ।

କିଛିଦିନ ତଳେ ମଧ୍ୟ ଏଭଳି ଅଘଟଣ ଘଟିଥିଲା  । ଏକ ମିନିବସ୍‌ ପର୍ଯ୍ୟଟନ ସ୍ଥଳକୁ ଯାଉଥିବାବେଳେ କୌଣସି କାରଣ ବଶତଃ ପାହାଡ ତଳକୁ ଖସିପଡିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା  ।  ୮ ଜଣ ଆହତ ହୋଇଥିଲେ । ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ ଏତେ ସଂଖ୍ୟାରେ ଲୋକେ ମତ୍ୟୁବରଣ କରିଥିଲେ । ସମଗ୍ର  ବିଶ୍ୱରେ ଇରାନର ଟ୍ରାଫିକ ବ୍ୟବସ୍ଥା ବହୁତ ଖରାପ ବୋଲି କୁହାଯାଉଥିବାବେଳେ  ପ୍ରତିବର୍ଷ ଏଠାରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ଦୁର୍ଘଟଣାରେ ପ୍ରାଣ ହରାନ୍ତି  ।  ଅସାବଧାନତା ସହ ଗାଡି ଚାଳନା  ଏବଂ ରାସ୍ତାର ଅବସ୍ଥା ଶୋଚନୀୟ ଥିବା କାରଣରୁ ଏଭଳି ଘଟୁଥିବା ଜଣାପଡିଛି ।

Leave A Reply

Your email address will not be published.