Latest Odisha News

BREAKING NEWS

ୟୁପି ‘ଫୁଲପୁର’ ଆସନରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ; ଚାଲିଛି ହୋମୱର୍କ

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ୨୦୨୪ । ଆଜିଠୁ ବଳକଷିବା ଆରମ୍ଭ କଲେଣି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିପକ୍ଷ ମେଣ୍ଟ ଇଣ୍ଡିଆ । ଇତିମଧ୍ୟରେ ଉତ୍ତରପ୍ରଦେଶ ରାଜନୀତି ସହ ଜଡିତ ବଡ ଖବର ଆସିଛି ସାମ୍ନାକୁ । ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ସେଥିପାଇଁ ୟୁପି କଂଗ୍ରେସ ତାର ହୋମୱର୍କ ଆରମ୍ଭ କରି ଦେଇଛି । ୟୁପି ପ୍ରଦେଶ କଂଗ୍ରେସ ନେତୃତ୍ୱରେ ରାଜ୍ୟର ୫ଟି ଆସନରେ ପ୍ରିୟଙ୍କାଙ୍କ ପାଇଁ ହୋମୱର୍କ ଚାଲିଛି । ଏହି ୫ଟି ଆସନ ମଧ୍ୟରୁ ପ୍ରଥମରେ ରହିଛି ଫୁଲପୁର, ୨ୟରେ ପ୍ରୟାଗରାଜ ଏବଂ ତୃତୀୟରେ ବାରଣାସୀ । ଏହାବ୍ୟତୀତ ଆଉ ୨ଟି ଆସନ ଉପରେ ମଧ୍ୟ କଂଗ୍ରେସ ନଜର ରଖିଛି । ଏହି ଦୁଇଟି ଆସନରେ ମଧ୍ୟ କଂଗ୍ରେସର ଭଲ ପ୍ରଭାବ ରହିଛି ।

ଏହି ୫ଟି ଆସନର ସମ୍ପୂର୍ଣ୍ଣ ଡାଟା କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଯିବ । ଏଠାରେ ଜିତିବାର କାରଣ କାହିଁକି ଅଧିକ ତାହାର ଉତ୍ତର ମଧ୍ୟ ରହିବ । ଏଥିପାଇଁ ଦଳ ଏହି ଆସନନରେ ସର୍ଭେ ମଧ୍ୟ କରାଇବ । ସୂଚନାଥାଉ କି, ଫୁଲପୁରରୁ ନିଜେ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହରୁ ନିର୍ବାଚନ ଲଢିଥିଲେ ।

ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର  ୧ ଦୁଇ ଦିନ ଧରି ମୁମ୍ବାଇରେ ଇଣ୍ଡିଆର ବୈଠକ ବସିବ । ଏହା ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ହେବ ।  ଏଥିପାଇଁ ଏଜେଣ୍ଡା ପ୍ରସ୍ତୁତ ସରିଲାଣି । ବୈଠକରେ ମେଣ୍ଟର ଅଧ୍ୟକ୍ଷ କିଏ ହେବ ତା ଉପରେ ଚର୍ଚ୍ଚା ହେବ । ଏହି ବୈଠକରେ ଦଳର ପତାକା ସ୍ଥିର କରାଯିବାର ସମ୍ଭାବନା ରହିଛି । ଏହି ବୈଠକ ପରେ ସେପ୍ଟେମ୍ବରରୁ ସାରା ଦେଶରେ ମେଣ୍ଟର ରାଲି ଆରମ୍ଭ ହୋଇଯିବ । ଏଥିରେ ୬ରୁ ୭ ଜଣ ପ୍ରମୁଖ ନେତା ଏବଂ ବିରୋଧୀ ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ମେଣ୍ଟର ନେତା ପ୍ରଧାନମନ୍ତ୍ରୀ ଉପରେ ବ୍ୟକ୍ତିଗତ ଆକ୍ଷେପ କରିବେ ନାହିଁ । ସେହିପରି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯିବ ଯେ ଦଳରେ ଜଣେ ଅଧ୍ୟକ୍ଷ ରହିବେ ଏବଂ ଜଣେ ମୁଖ୍ୟ ସଂଯୋଜକ ରହିବେ । ଏହାବ୍ୟତୀତ ୪ରୁ ୫ ଜଣ କ୍ଷେତ୍ରୟ ସଂଯୋଜକ ରହିବେ ।

 

Leave A Reply

Your email address will not be published.