Latest Odisha News

BREAKING NEWS

ଆଜି ରାଜ୍ୟର ୯ ସ୍ଥାନରେ ୩୭ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଅନୁଭୂତ ହେଉଥିବା ବେଳେ ତାତି ବଢ଼ିଛି । ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୭.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଏବେ ଶୁଖିଲା ପାଗ ରହିବ । ୧୫ ଓ ୧୬ ତାରିଖ ଦୁଇ ଦିନ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୧୬ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର ଓ ଢେଙ୍କନାଳା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପାଗ ବିଶେଷତଃ ଶୁଖିଲା ରହିବ ।

Leave A Reply

Your email address will not be published.