Latest Odisha News

BREAKING NEWS

ଧରା ପଡିଲେ ଗ୍ୟାସ ଲୁଟେରା, ୫୦୦ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ

ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟୁଥିବା ଏକ ଗ୍ୟାଙ୍ଗକୁ କାବୁ କଳା ପୋଲିସ | ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ସମୁଦାୟ ୫୦୦ଟି ସିଲିଣ୍ଡର ଜବତ କରିଛି ପୋଲିସ | ଗିରଫ ସମସ୍ତ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର । ଗତକାଲି ରାତିରେ ଅତାବିରା ଠାରେ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ଏହି ଗ୍ୟାଙ୍ଗ |

ସୂଚନା ଅନୁଯାୟୀ, ଅତାବିରା ଥାନାରେ ସିଦ୍ଧାର୍ଥ ଶଙ୍କର ପଣ୍ଡା ନାମକ ବ୍ୟକ୍ତି ଏତଲା ଦେଇଥିଲେ ଯେ ତାଙ୍କ ଗ୍ୟାସ ଗୋଦାମରୁ କିଛି ଦୁର୍ବୃତ୍ତ ୧୫୮ଟି ଗ୍ୟାସ ସିଲିଣ୍ଡର ଚୋରି କରି ନେଇଯାଇଛନ୍ତି । ଗୋଦାମରେ ଥିବା ଜଗୁଆଳି ତାଙ୍କୁ ରୋକିବାକୁ ପ୍ରୟାସ କରିବାରୁ ତାଙ୍କୁ ମାଡ ମାରି ସେଠାରୁ ଖସି ଚାଲିଯାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ବିଭାଗ ପକ୍ଷରୁ ୩ଟି ସ୍ଵତନ୍ତ୍ର  ଟିମ ଗଠନ କରଯାଇ ତଦନ୍ତ କରାଯାଉଥିଲା । ତେବେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅତାବିରା ଛକଠାରେ ନାକାବନ୍ଦୀ କରିଥିଲା । ସେତେବଳେ କିଛି ଦୁର୍ବୃତ୍ତ  OR 15T-8412 ନମ୍ବର ବିଶିଷ୍ଟ ଏକ ଗାଡିରେ ଚୋରୀ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ସମୟରେ ଗାଡିଟିକୁ ଅଟକାଇଥିଲା ପୋଲିସ । ପଚରା ଉଚରା କରିବାରୁ ସଠିକ ଭାବରେ କୌଣସି ଉତ୍ତର ଦେଇ ନପାରିବାରୁ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାସ୍ଥଳରୁ ୫୦୦ଟି ଗ୍ୟାସ ସିଲିଣ୍ଡର ଜବତ କରିଛି ପୋଲିସ । ଏଥିସହ କିଛି ମାରଣାସ୍ତ୍ର ସହ ବାଇକ୍ ଓ ୮ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ ।

Leave A Reply

Your email address will not be published.