Latest Odisha News

BREAKING NEWS

ଚାକିରିରୁ ଅବସର ପର‌େ କଲ‌େ ‌‌ଟ୍ର‌େନ୍ ଡବା ପରି ଘର

ମୁମ୍ବାଇ: ରେଳବାଇ ବିଭାଗରେ ପ୍ରାୟ ୩୮ ବର୍ଷ ଚାକିରି କରିବା ପରେ ଅବସର ନେଇଛନ୍ତି ମହାରାଷ୍ଟ୍ରର ରୋହିଦାସ ସିନ୍ଧେ। ହ‌େଲ‌େ ଚାକିରି ପ୍ରତି ତାଙ୍କର ଏତ‌େ ଭଲ ପାଇବା ଥିଲା ଯେ ସେ ନିଜ ଘରକୁ ମଧ୍ୟ ଦେଇଦ‌େ‌ଲ‌େ ଟ୍ରେନ୍ ଆକାର।

ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ରୁହନ୍ତି ରୋହିଦାସ ସିନ୍ଧେ। ୧୯୮୮ ମସିହାରେ ଚାକିରରୁ ଅବସର ନ‌େଇଥିଲ‌େ। ଚାକିରି ଜୀବନ ଭିତରେ ତାଙ୍କ ଜୀବନର ମୁଖ୍ୟ ଅଂଶ ଥିଲା ଟ୍ରେନ୍।

ଯଦିଓ ସେ ଚାକିରିରୁ ଅବସର ନେଇଥିଲ‌େ ତଥାପି ତାଙ୍କର ସବୁବେଳେ ଟ୍ରେନ୍ ଯାତ୍ରା ମନେ ପଡୁଥିଲା ବ‌ୋଲି କୁହନ୍ତି ପରିବାର ବର୍ଗ। ଯାହା ପରେ ସେ ଟ୍ରେନ୍ ଡବା ଭଳି ଘର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ଯେଉଁ ସ୍ବପ୍ନ ପୂରା ହୋଇଥିଲା ୩୨ ବର୍ଷ ପରେ।

ସାଙ୍ଗଲିର ସୁଭାଷ ନଗରରେ ଦୁଇଟି ରେଳଡବା ଥିବା ଭଳି ଏକ ସ୍ବତନ୍ତ୍ର ଡିଜାଇନର ଘର ସେ ନିର୍ମାଣ କରିଛନ୍ତି। ଯେଉଁଠାରେ ସେ ନିଜ ପିଲାମାନଙ୍କ ସହ ରହୁଥିବା ସୂଚନା ମିଳିଛି।

 

Comments are closed.