Latest Odisha News

BREAKING NEWS

ମନ୍ଦିରରେ ହେବ ଆଦିତ୍ୟଙ୍କ ବାହାଘର, ସାମିଲ ହେବେ ୫୦ ଲୋକ

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବେ । ଡିସେମ୍ବର ୧ ତାରିଖରେ ଆଦିତ୍ୟ ଓ ଶ୍ବେତାଙ୍କ ମନ୍ଦିରରେ ବିବାହ ହେବ । ଏହି ବିବାହରେ କେବଳ ଘର ଲୋକ, ସାଙ୍ଗ ଓ ସଂପର୍କୀୟ ସାମିଲ ହେବେ । ବିବାହରେ ମାତ୍ର ୫୦ ଜଣ ଲୋକ ସାମିଲ ହେବେ ବୋଲି ଜଣାପଡ଼ିଛି । କରୋନା ସଂକ୍ରମଣ ପାଇଁ ଅତି ଘନିଷ୍ଟ ଲୋକଙ୍କୁ ବିବାହକୁ ନିମନ୍ତ୍ରଣ କରାଯିବ ।

ଗତ ଅକ୍ଟୋବର ମାସରେ ଆଦିତ୍ୟ ଶ୍ବେତାଙ୍କୁ ବିବାହ କରିବା ନେଇ ଘୋଷଣା କରିଥିଲେ । ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିବେ ବୋଲି କହିଥିଲେ । ଆଦିତ୍ୟ ଓ ଶ୍ବେତା ୧୦ ବର୍ଷ ହେବ ରିଲେସନରେ ଅଛନ୍ତି । ଶ୍ବେତା ଜଣେ ଅଭିନେତ୍ରୀ । ଆଦିତ୍ୟଙ୍କ ପ୍ରଥମ ଫିଲ୍ମ ‘ସାପିତ’ରେ ତାଙ୍କ ସହ କାମ କରିଥିଲେ ।

କରୋନା କଟକଣା ପାଇଁ ବିବାହ ଉତ୍ସବରେ ୫୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର । ବିବାହ ପରେ ଏକ ଛୋଟ ପାର୍ଟି ମଧ୍ୟ ଦିଆଯିବ ବୋଲି କହିଛନ୍ତି ଆଦିତ୍ୟ । ବିବାହକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଆଦିତ୍ୟ । କହିଛନ୍ତି ଏହା ତାଙ୍କ ପାଇଁ ଏକ ନୂଆ ଚାପ୍ଟର । ଲୋକେ କୁହନ୍ତି ବିବାହ ପରେ କିଛି ଜିନିଷ ବଦଳି ଯାଇଥାଏ । ଆଗକୁ କ’ଣ ହେବ ତାହା ଦେଖିବାର ଅଛି ବୋଲି କହିଛନ୍ତି ଆଦିତ୍ୟ ।

Leave A Reply

Your email address will not be published.