Latest Odisha News

ରାଜା ମାନ ସିଂ ଫେକ୍ ଏନକାଂଉଟର କେସ୍‌: ୩୫ ବର୍ଷ ପରେ ନିଷ୍ପତି ଆସିଲା, ୧୧ ପୋଲିସଙ୍କୁ ଆଜୀବନ ଦଣ୍ଡାଦେଶ

ମଥୁରା: ବହୁ ଚର୍ଚ୍ଚିତ ରାଜା ମାନସିଂ ହତ୍ୟାକାଣ୍ଡରେ ଉତରପ୍ରଦେଶ କୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତି ଶୁଣାଇଛି । ୩୫ ବର୍ଷ ପରେ ମାନ ସିଂଙ୍କ ପରିବାରକୁ ନ୍ୟାୟ ମିଳିଛି । ଭରତପୁର ରାଜାଙ୍କ ହତ୍ୟା ମାମଲାରେ ୧୧ ପୋଲିସକର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଜାରି କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଯାଇ ସାରିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା-
ସ୍ୱାଧୀନତା ପରେ ରାଜା ମାନ ସିଂଙ୍କୁ ବିଭିନ୍ନ ଦଳ ପକ୍ଷରୁ ଡାକରା ଆସୁଥିଲା । ସେ କୌଣସି ଦଳରେ ଯୋଗ ନ ଦେଇ ସ୍ୱାଧୀନ ଭାବେ ୧୯୫୨ରୁ ୧୯୮୪ ପର୍ଯ୍ୟନ୍ତ ୭ ଥର ସ୍ୱାଧୀନ ବିଧାୟକ ହୋଇଥିଲେ । ୧୯୨୧ରେ ଜନ୍ମିତ ମାନ ସିଂ ବ୍ରିଟେନର ପଢ଼ା ସାରିବା ପରେ ଦ୍ୱିତୀୟ ଲ୍ୟୁଟନାଂଟ ଭାବେ ଯୋଗ ଦେଇଥିଲେ ।

ଭରତପୁର ଲୋକେ ୨ଟି ପତାକା ବ୍ୟବହାର କରୁଥିଲେ ଗୋଟିଏ ଦେଶର ଓ ଅନ୍ୟଟି ରାଜ୍ୟର । ଏ ନେଇ ବିବାଦ ସୃଷ୍ଟି ହୋଇଥିଲା । କଂଗ୍ରେସ କାହିଁକି ମାନସିଂ ବିପକ୍ଷରେ ପ୍ରାର୍ଥୀ ଛିଡା କରୁନି ବୋଲି ବିରୋଧୀମାନେ ଅଭିଯୋଗ ଆଣିଥିଲେ । ୧୯୮୫ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଶିବଚରଣଙ୍କ ଡିଗ୍‌ରେ ମାନ ସିଂଙ୍କ ବିପକ୍ଷରେ ଆଇଏଏସ ବୀଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଥିଲେ । ଏହା ପରେ ବିବାଦ ଉପୁଜିଥିଲା । ମାନ ସିଂ ଜିପ ଧକ୍କା କରି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭାଙ୍ଗି ଦେଇଥିଲେ । ପରେ ତାଙ୍କ ନାମରେ ମାମଲା ହେଲା ଏବଂ ପୋଲିସ ରାଜନେତାଙ୍କ ପ୍ରରୋଚନାରେ ପଡି ମାନସିଂଙ୍କ ଫେକ ଏନକାଂଉଟରରେ ମାରିଥିଲେ । ସେ ସମୟରେ ଏହି ଖବର ଚର୍ଚ୍ଚାର କାରଣ ସାଜିଥିଲା ।

Leave A Reply

Your email address will not be published.