Latest Odisha News

BREAKING NEWS

ଭୁବନେଶ୍ୱରରୁ ୯୩ କେଜି.ର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ନିକଟରେ ଅବକାରୀ ବିଭାଗ ଶୁକ୍ରବାର ସକାଳେ ୯୩ କେଜି. ଓଜନର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଏକ ଏସୟୁଭି ଗାଡିରୁ ଗଞ୍ଜେଇ ଭର୍ତ୍ତି ୯୩ଟି ପ୍ୟାକେଟ୍ ମିଳିଥିଲା । ଉକ୍ତ ଗାଡିଟି କନ୍ଧମାଳରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା । ଏଥିସହିତ ସେଥିରୁ ଏକାଧିକ ଗାଡି ନଂ ପ୍ଲେଟ୍ ମଧ୍ୟ ଜବତ କରାଯାଇଛି ।

ଏହି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରିବା ସହ ମେଡିକାଲ୍ ପରୀକ୍ଷା ପାଇଁ ପଠା ଯାଇଛି ।

ଏହି ର‌୍ୟାକେଟ୍ ସମ୍ପର୍କରେ ଅଧିକ ଖୋଳତାଡ ପାଇଁ ତାକୁ ରିମାଣ୍ଡରେ ନିଆଯିବ ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.