Latest Odisha News

BREAKING NEWS

ବନ୍ୟାରେ ୧୦ ଜିଲ୍ଲାର ୩୯ଟି ବ୍ଲକ ପ୍ରଭାବିତ, ପାଣି ଘେରରେ ୫୫୧ଟି ଗାଁ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର । କ୍ଷତିଗ୍ରସ୍ତ ହୋଇଛି ୩୯ଟି ବ୍ଲକର ୯୯୭ଟି ଗାଁ ।

ବର୍ଷା ଓ ବନ୍ୟାରେ ମୋଟ୍ ୪ ଲକ୍ଷ ୧୩ ହଜାର ୬୧୨ ଜଣ ପ୍ରଭାବିତ ହୋଇଛନ୍ତି । ପାଣିଘେରରେ ରହିଛନ୍ତି ୫୫୧ଟି ଗାଁର ୩ ଲକ୍ଷ ୮୨ ହଜାର ୨୧୬ ଜଣ ଲୋକ । ୭୪ ହଜାର ୨୭୧ ହେକ୍ଟର ଚାଷ ଜମିରେ ନଷ୍ଟ ହୋଇଛି ଫସଲ ।

୧୬ ହଜାର ୬୮୪ ବିପନ୍ନଙ୍କୁ ଶହେଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ବନ୍ୟା ପରିସ୍ଥିରେ ପ୍ରଭାବିତ ହୋଇଛି ୫ଟି ସହରାଞ୍ଚଳ । ବର୍ଷା ଓ ବନ୍ୟାରେ ବରଗଡ଼, ଯାଜପୁର, ବାଲେଶ୍ୱର, ନୂଆପଡ଼ା ଓ ଭଦ୍ରକ ଜିଲ୍ଲାରୁ ମୋଟ୍ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର‌୍ୟ୍ୟରେ ନିୋଜିତ ଅଛନ୍ତି ୭ଟି ଲେଖାଏ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଛି ।

Leave A Reply

Your email address will not be published.