Latest Odisha News

ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି: ଅନୁଭବ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ବିବାଦକୁ ନେଇ ଗୁରୁବାର ଅପରାହ୍ନରେ ଟ୍ୱିଟ୍ କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ଲେଖିଛନ୍ତି, ‘ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି । ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟ ଉପଯୁକ୍ତ ନିଷ୍ପତ୍ତି ନେବେ, ନିଃସନ୍ଦେହରେ ସାଧୁତା ଓ ସତ୍ୟର ବିଜୟ ନିଶ୍ଚିତ ହେବ । ‘

ଆଜି ପାଞ୍ଚ ଜଣିଆ ମାନବାଧିକାର କର୍ମୀ ଦଳ ଅନୁଭବଙ୍କ କଟକ ନନ୍ଦିସାହି ସ୍ଥିତ ଘରେ ବର୍ଷା ଓ ଅନୁଭବଙ୍କୁ ଏହି ଟିମକୁ ଭେଟିଥିଲେ । ତେବେ ଏହି ସମୟରେ ବର୍ଷା କହିଥିଲେ ଯେ, ଅନୁଭବଙ୍କ ବ୍ୟତୀତ ଘରର ଅନ୍ୟ କେହି ତାଙ୍କ ପ୍ରତି କୌଣସି ଅତ୍ୟାଚାର କରି ନାହାନ୍ତି । କେବଳ ଅନୁଭବ ହିଁ ଅନେକ ସମୟରେ ମଦ୍ୟ ପାନ କରି ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି । ତଥାପି ସେ ବିବାହ ବିଚ୍ଛେଦ ନୁହେଁ ବରଂ ସମାଧାନ ଚାହୁଁଥିବା ଆଲୋଚନା ବେଳେ ସ୍ପଷ୍ଟ କରିଥିଲେ । ଅନ୍ୟ ପକ୍ଷରେ ଅନୁଭବ କିନ୍ତୁ ବିବାହ ବିଚ୍ଛେଦରେ ସମାଧାନ ନେଇ କିଛି ସ୍ପଷ୍ଟ କରି ନ ଥିଲେ ।

ଏ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଦୁହିଁଙ୍କ ମଧ୍ୟରେ ବିବାଦର ସମାଧାନ ନେଇ ଚେଷ୍ଟା କରାଯାଉଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ଅନୁଭବ ଏପରି ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.