ଭୁବନେଶ୍ୱର: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)କୁ ଆଜି ୧୯ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ଆମେରିକାକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା ବୋଲି ବିବେଚନା କରାଯାଉଛି। ଆତଙ୍କବାଦୀମାନେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍ କରିନେଇ ଏହି ଆକ୍ରମଣ ଘଟାଇଥିଲେ।
ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍ ଟ୍ରେଡ୍ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍ କରିଥିଲେ। ଏହି ଘଟଣାରେ ୨ ହଜାର ୯ଶହ ୭୭ ଲୋକଙ୍କ ମୃତ୍ୟୁ ଘଟିଥିଲା।
ତେବେ ଏହି ଆକ୍ରମଣ ଘଟାଇବା ପାଇଁ ଅଲ୍-କାଏଦାର ମୁଖ୍ୟ ଓସାମା ବିନ୍ ଲାଦେନ୍ ଏଥିପାଇଁ ୧୯୮୮ରେ ଷଡ଼ଯନ୍ତ୍ର ରଚିଥିଲା।
ଆମେରିକାକୁ ସଂପୂର୍ଣ୍ଣ ବର୍ବାଦ କରିଦେବା ପାଇଁ ଲାଦେନ୍ ଅଲ୍ କାଏଦା ନାମରେ ଆତଙ୍କବାଦୀ ଗୋଷ୍ଠୀ ଗଢ଼ିଥିଲା। ଏହି ବୈଠକରେ ହିଁ ଲାଦେନ୍ ନିଜ ଆତଙ୍କବାଦୀ ସଂଗଠନର ନାମ ଔପଚାରିକ ଭାବେ ଅଲ୍-କାଏଦା ରଖିଥିଲା।
ଶେଷରେ ଲାଦେନ୍ ର ଯୋଜନା କ୍ରମେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍ କରି ଏହି ଗୋଷ୍ଠୀର ୧୯ ଜଣ ସଦସ୍ୟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଦୁଇଟି ଉଡ଼ାଜାହାଜ ଦ୍ୱାରା ଦୁଇଟି ଟାଓ୍ଵାର ଧୂଳିସାତ୍ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨,୯୯୬ ଜଣ ପ୍ରାଣ ହରାଇଥିଲେ। ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।
୯/୧୧ ଘଟଣା ପରେ ଆମେରିକା ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କଲା। ୨୦୧୧ରେ ଲାଦେନ୍କୁ ପାକିସ୍ତାନରେ ହତ୍ୟା କରିଥିଲା |
Comments are closed.