Latest Odisha News

BREAKING NEWS

ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢ଼ୁଛି ଦିନକୁ ଦିନ ବିବାଦ । ଶିବସେନା ଓ କଙ୍ଗନାଙକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହାରି ଭିତରେ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି ।

ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ ସେ ନିଜ ପକ୍ଷ ରଖିଛନ୍ତି। ତାଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେସବୁ ସେ ରାଜ୍ୟପାଳଙ୍କ ସାମ୍ନାରେ ରଖିଥିବା କହିଛନ୍ତି। ତେବେ ଏନେଇ ତାଙ୍କୁ ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଅଫିସ ଭଙ୍ଗାଯିବା ପରେ ତାଙ୍କ ବିରୋଧରେ କ୍ରମାଗତ ଅଜବ ପ୍ରକାର ବୟାନ ଦିଆଯାଉଛି। ରାଜ୍ୟପାଳଙ୍କୁ ଭେଟିବା ପରେ ତାଙ୍କୁ ନ୍ୟାୟ ମିଳିବା ଦିଗରେ ସେ ପୂରା ଆଶାବାଦୀ ଅଛନ୍ତି।

ତେବେ ଆଜି ପୁଣି ଥରେ କଙ୍ଗନାଙ୍କ ଚିନ୍ତା ବଢ଼ାଇଛି ବିଏମସି। ତାଙ୍କ ଘର ଏବେ ବେଆଇନ ଭାବେ ନିର୍ମାଣ ହୋଇଥିବା ବିଏମସି କହିଛି। ଅଫିସ ଠାରୁ ଘର ଅଧିକ ନିୟମ ଉଲ୍ଲଘଂନ କରି ବେଆଇନ ଭାବେ କଙ୍ଗନା ତିଆରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ବିରୋଧରେ ବିଏମସି କାହିଁକି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଏକ ରିପୋର୍ଟ ମାଗିଥିଲେ। ମୁମ୍ବାଇ ସହରରେ ପ୍ରକୃତରେ କ’ଣ ଘଟିଛି ସେ ସମ୍ପର୍କରେ ରାଜ୍ୟପାଳ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହିତ ତୁଳନା କରିବା ପରେ ପରେ କଙ୍ଗନା ଏହି ବିବାଦରେ ଫସିଛନ୍ତି।

Comments are closed.