ନୂଆଦିଲ୍ଲୀ: ଦେଶରେ କୋଭିଡ ପରିସ୍ଥିତି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ଯାହାର ଅର୍ଥ ହେଉଛି, ଯେ ପ୍ରଧାନମନ୍ତ୍ରୀ ମୟୂର ସହ ବ୍ୟସ୍ତ ଥିବାରୁ ସେମାନେ ନିଜ ଜୀବନ ନିଜେ ରକ୍ଷା କରିବା ଉଚିତ।
କୋଭିଡ ସଙ୍କଟ ନିୟନ୍ତ୍ରଣକୁ ନେଇ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଅତୀତରେ ସରକାର ଏଭଳି ସମସ୍ତ ଦାବିକୁ ଖାରଜ କରିଦେଇଛନ୍ତି। ଏକ ଟୁଇଟ୍ରେ ଗାନ୍ଧୀ କହିଛନ୍ତି ଯେ ଏହି ସପ୍ତାହରେ କରୋନାଭାଇରସ୍ ସଂକ୍ରମଣ ୫୦ ଲକ୍ଷ ଅତିକ୍ରମ କରିବ ଏବଂ ସକ୍ରିୟ ମାମଲା ୧୦ ଲକ୍ଷରୁ ଅଧିକ ହେବ।
कोरोना संक्रमण के आँकड़े इस हफ़्ते 50 लाख और ऐक्टिव केस 10 लाख पार हो जाएँगे।
अनियोजित लॉकडाउन एक व्यक्ति के अहंकार की देन है जिससे कोरोना देशभर में फैल गया।
मोदी सरकार ने कहा आत्मनिर्भर बनिए यानि अपनी जान ख़ुद ही बचा लीजिए क्योंकि PM मोर के साथ व्यस्त हैं।
— Rahul Gandhi (@RahulGandhi) September 14, 2020
ବିନା ଯୋଜନାରେ କରାଯାଇଥିବା ଲକଡାଉନ ଯୋଗୁ ଆଜି ଦେଶରେ କରୋନା ତା ଗତି ବଢାଇଛି ବୋଲି ରାହୁଲ କହିଛନ୍ତି । ଦେଶର ବିପଦବେଳେ ପ୍ରଧାନମନ୍ତ୍ରୀଙ୍କ ମୟୂର ଖେଳ ଯେ ଜନତା ପ୍ରତି ସରକାରଙ୍କ ବେପରୁଆ ମନୋଭାବ ର ଏକ ଉଦାହରଣ କଥା ରାହୁଲ କହିଛନ୍ତି ।
ସୋମବାର ସୁଦ୍ଧା ଦେଶରେ କରୋନା ସଂଖ୍ୟା ୪୮ଲକ୍ଷ ପହଞ୍ଚିଥିବାବେଳେ ୯୨,୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୭୯,୭୨୨ ଛୁଇଁଛି ।
Comments are closed.