Latest Odisha News

BREAKING NEWS

# ମି ଠୁ: ଅଭିନେତା ଆଲୋକନାଥଙ୍କ ନାମରେ ଦାୟର ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ : ‘ମି ଠୁ’ ଜାଲରେ ଫସିଥିବା ଫିଲ୍ମ ଅଭିନେତା ତଥା ଲେଖକ ଆଲୋକ ନାଥଙ୍କ ନାମରେ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ବୁଧବାର ଦିନ ଏକ ଏତଲା ଦାୟର କରିଛି ।

ବରିଷ୍ଠ ପୋଲିସ ଅଧିକାରୀ ମନୋଜ ଶର୍ମାଙ୍କ କହିବାନୁଯାୟୀ ଓସିବାରା ପୋଲିସ ଲେଖିକା ବିନତା ନନ୍ଦାଙ୍କ ଅଭିଯୋଗକୁ ଆଧାର କରି ଏହି ଏଫଆଇଆର ଦାୟର କରିଛି ।

ଏହି ଅଭିନେତାଙ୍କ ପତ୍ନୀ ପୂର୍ବରୁ ଅଦାଲତରେ ଆଲୋକନାଥଙ୍କ ବିରୋଧରେ ନନ୍ଦା କୌଣସି ମନ୍ତବ୍ୟ ନଦେବା ପାଇଁ ଅଦାଲତଙ୍କ ପାଖରେ ଆବେଦନ କରିଥିଲେ । ଆଲୋକନାଥଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବା ଭଳି ମନ୍ତବ୍ୟ ନନ୍ଦା ନଦେବା ଭଳି ଦରଖାସ୍ତକୁ ମୁମ୍ବାଇ ଅଦାଲତ ଖାରଜ କରିଦେଇଥିଲେ ।

‘ମି ଠୁ’ ଅଭିଯାନ ମାଧ୍ୟମରେ ଲେଖିକା ବିନତା ନନ୍ଦା କିଛିଦିନ ପୂର୍ବରୁ ଆଲାକ ନାଥଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ । ଏହାପରେ ପରେ ଆଉ କିଛି ଅଭିନେତ୍ରୀମାନେ ମଧ୍ୟ ତାଙ୍କ ବିରୋଧରେ ଯୌନ ଉତ୍ପୀଡନର ଆରୋପ ଲଗାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଲେଖିକା ନନ୍ଦା ନିଜର ଫେସବୁକ୍ ପୋଷ୍ଟ ମାଧ୍ୟମରେ ନିଜ ପ୍ରତି ହୋଇଥିବା ଦୁର୍ବ୍ୟବହାର କଥା ପ୍ରକାଶ କରି ମୁମ୍ବାଇ ପୋଲିସ ନିକଟରେ ଏକ ଏତଲା ଦାୟର କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା ।

ସେହିପରି ଏହି ଘଟଣାରେ କୌଣସି ସତ୍ୟତା ନଥିବା ଦର୍ଶାଇ ଆଲୋକନାଥ ବିନତାଙ୍କ ଉପରେ ମାନହାନି ମୋକବ୍ଦମା କରିଥିଲେ । ଅନ୍ୟପକ୍ଷରେ ପରେପରେ ଏହି ‘ମି ଠୁ’ ଜାଲରେ ବଲିଉଡର ଅନେକ ଜଣାଶୁଣା ଅଭିନେତା, ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ନେତା ଏବଂ କ୍ରୀଡା ଜଗତ ମଧ୍ୟ ଛନ୍ଦି ହୋଇ ପଡିଥିଲା ।

Leave A Reply

Your email address will not be published.