Latest Odisha News

BREAKING NEWS

ଓଡିଶା ବିଧାନସଭା ନଭେମ୍ବର ୨୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନକୁ ଆସନ୍ତା ନଭେମ୍ବର ୨୩ ତାରିଖ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରଦୀପ କୁମାର ଅମାତ ।

ମଙ୍ଗଳବାର ଦିନ ଉପଦେଷ୍ଟା କାର୍ଯ୍ୟକାରୀ କମିଟିର ବୈଠକ ପରେ ବାଚସ୍ପତି ଏହି ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୧ ଓ ୨୩ ତାରିଖରେ ସରକାରୀ ଛୁଟି ରହିଛି । ଏହି ସରକାରୀ ଛୁଟି ଯୋଗୁଁ ବୈଠକରେ ନଭେମ୍ବର ୨୨ ତାରିଖକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ଏହି ଲମ୍ବା ଛୁଟି ପରେ ନଭେମ୍ବର ୨୪ ତାରିଖରେ ବିଧାନସଭା ଶୀତକାଳୀନ ଅଧିବେଶନ ସ୍ୱାଭାବିକ ଭାବେ ଆରମ୍ଭ ହେବ ।

Leave A Reply

Your email address will not be published.