Latest Odisha News

BREAKING NEWS

ଆଜି ହେଉଛି ଜାତୀୟ ଇଞ୍ଜିନିୟର ଦିବସ: ସେପ୍ଟେମ୍ବର ୧୫ ରେ କାହିଁକି ପାଳନ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଇଞ୍ଜିନିୟରିଂ ହେଉଛି ଏପରି ଏକ ବୃତ୍ତି ଯେଉଁଥିରେ ବିଜ୍ଞାନର ଜ୍ଞାନ ଏବଂ ଗଣିତର କୌଶଳ ବ୍ୟବହୃତ ହୁଏ । ଯାହା ମାନବଜାତି ପାଇଁ ଲାଭଦାୟକ ହୋଇଥାଏ, ଯାହା ବିଭିନ୍ନ କାରଣରୁ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଭବିଷ୍ୟତରେ ଇଞ୍ଜିନିୟର ମାନେ କିପରି ଭାବେ ସମାଜ ପାଇଁ ଏକ ପରିବର୍ତ୍ତନ ଆଣି ପାରିବେ ତାହା କେହି ଜାଣି ନାହାଁନ୍ତି, କିନ୍ତୁ ଏହା ନିଶ୍ଚିତ ଘଟିବ । ଯଦିଓ ଇଞ୍ଜିନିୟରମାନେ କରୁଥିବା କାର୍ଯ୍ୟକୁ ଅଣଦେଖା କରିବା ସହଜ, କିନ୍ତୁ ଏକ ସୁନ୍ଦର ଓ ପରିକଳ୍ପିତ ସମାଜ ଗଠନରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ପୂର୍ଣ୍ଣ ।

ଇଞ୍ଜିନିୟରମାନେ ହେଉଛନ୍ତି ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କର ଅଭିନବ ଉତ୍ସାହ ବିନା ମାନବ ଜାତିର ପ୍ରଗତି ଅଧୁରା ।

ଆଜି ଆମେ ଯେଉଁ ବିକାଶଶୀଳ ଦେଶର ଚିତ୍ର ଦେଖୁଛୁ ଏହା ପଛରେ ରହିଛି ଅନେକ ମହାମନିଷୀଙ୍କ ସାଧନା ଆଉ ତ୍ୟାଗର ପ୍ରତିଫଳକ । ସେପରି ଜଣେ ସୃଜନଶୀଳ ପ୍ରତିଭା ଥିଲେ ଡ଼. ବିଶ୍ୱେଶ୍ୱରାୟ । ସେପ୍ଟେମ୍ବର ୧୫ରେ ଜନ୍ମିତ ଏହି ଡ଼ିପ୍ଲୋମା ଇଞ୍ଜିନିୟରଙ୍କ ଦୂରଦୃଷ୍ଟିକୁ ଦେଶ ମନେପକାଇ ତାଙ୍କ ଜନ୍ମ ତିଥିକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରୁଛି । ଡଃ ବିଶ୍ୱେଶ୍ୱରାୟଙ୍କ ଯୋଗଦାନକୁ ଏ ଜାତି ଚିର ଦିନ ମନେ ରଖିବ । ତାଙ୍କର ଜନ୍ମ ଦିବସକୁ ଦେଶର କର୍ମନିଷ୍ଠ ଇଞ୍ଜିନିୟରଙ୍କ ପାଇଁ ଉତ୍ସର୍ଗୀକୃତ ।

Comments are closed.