Latest Odisha News

BREAKING NEWS

ଗଣିତ ଖେଳ : ମ୍ୟାଜିକ ନମ୍ବର ୬୧୭୪

ସବୁ ସଂଖ୍ୟାର ଗୁରୁତ୍ବ ରହିଛି । ତେବେ ଏଭତରୁ କିଛି ସଂଖ୍ୟାର ବିଶେଷତା ରହିଛି । ଏହି ଗୋଟିଏ ସଂଖ୍ୟା ହେଉଛି ୬୧୭୪ । ମ୍ୟାଜିକ ନମ୍ବର ୬୧୭୪ର କୁହୁକ କଣ ? ଏହି ନମ୍ବରକୁ କଣ କୁହାଯାଏ ? ସଂଖ୍ୟାର ମହାସାଗର ଭିତରୁ ଆଉ କିଏ ଏହି ମ୍ୟାଜିକ ନମ୍ବରକୁ ଖୋଜି ପାଇଥିବା ଗାଣିତିକଙ୍କ ନାଁ କଣ ? ଏସବୁ ଜାଣିବା, ତେବେ ପ୍ରଥମେ ଏହି ସଂଖ୍ୟାର ଗୁଣ କଣ ତାହାକୁ ପରଖି ଦେଖିବା ।

ଏମିତି ଗୋଟିଏ ଚାରିଟିକିଆ ସଂଖ୍ୟା ବାଛ, ଯାହାର ୪ଟି ଯାକ ଅଙ୍କ ଭିନ୍ନ ଭିନ୍ନ ଥିବ । ଏସବୁ ଅଙ୍କକୁ ଏମିତି ସଜାଅ ଯେଉଁଥିରୁ ସବୁଠୁ ବଡ ସଂଖ୍ୟା ଏବଂ ସବୁଠୁ ଛୋଟ ସଂଖ୍ୟା ମିଳିବ । ଏବେ ବଡ ସଂଖ୍ୟାରୁ ଛୋଟ ସଂଖ୍ୟାକୁ ବିୟୋଗ କର । ଗୋଟିଏ ନୂଆ ସଂଖ୍ୟା ମିଳିବ । ଏବେ ପୁଣି ଥରେ ସେହି କ୍ରମ ଦୋହରାଅ । ମିଳିଥିବା ନୂଆ ସଂଖ୍ୟାର ଅଙ୍କକୁ ପୁଣି ଏମିତି ସଜାଅ ଯେମିତି ସବୁଠୁ ବଡ ସଂଖ୍ୟା ଏବଂ ସାନ ସଂଖ୍ୟା ମିଳିବ । ଆଗ ବଲି ପୁଣି ଥରେ ମିଳିଥିବା ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ବିୟୋଗ କର । ଏମିତି କ୍ରମ ଜାରି ରଖ । ଦେଖ କୋଉଟି ଅଟକୁଛି ଏହି କ୍ରମ ।

ଉଦାହରଣ ଭାବରେ ୩୪୮୬ ସଂଖ୍ୟାକୁ ନେଇ ପରଖିବା, ଆଉ ଦେଖିବା କଣ ମିଳୁଛି । ଏହି ସଂଖ୍ୟାର ଅଙ୍କକୁ ସଜାଇ ଲେଖିଲେ ସବୁଠୁ ବଡ ସଂଖ୍ୟା ମିଳିବ ୮୬୪୩ ଏବଂ ସବୁଠୁ ସାନ ସଂଖ୍ୟା ମିଳିବ ୩୪୬୮ । ଏବେ ବଡ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କର । ଏପରି ଚାଲୁ ରଖ ।

୮୬୪୩ – ୩୪୬୮ = ୫୧୭୫
୭୫୫୧ – ୧୫୫୭ = ୫୯୯୪
୯୯୫୪ – ୪୫୯୯ = ୫୩୫୫
୫୫୫୩ – ୩୫୫୫ = ୧୯୯୮
୯୯୮୧ – ୧୮୯୯ = ୮୦୮୨
୮୮୨୦ – ୨୨୮ = ୮୫୩୨
୮୫୩୨ – ୨୩୫୮ = ୬୧୭୪

ଶେଷରେ ମିଳିବ ୬୧୭୪, ଯାହା ପରେ ଏହି କ୍ରମ ଆଉ ଆଗେଇବ ନାହିଁ । କାରଣ ୬୧୭୪କୁ ସଜାଇଲେ ମିଳୁଥିବା ବଡ଼ ସଂଖ୍ୟା ୭୬୪୧ରୁ ସାନ ସଂଖ୍ୟା ୧୪୬୭ କୁ ଫେଡିଲେ ପୁଣିଥରେ ସେହି ସଂଖ୍ୟା ୬୧୭୪ ମିଳିବ । ଏହି ଗାଣିତିକ କ୍ରମରେ ୬୧୭୪ ଏମିତି ଏକ ନିର୍ଦ୍ଧିଷ୍ଟ ସଂଖ୍ୟା ଯାହାକୁ କୁହାଯାଏ କାପ୍ରେକର କନଷ୍ଟାଣ୍ଟ୍ ।

ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଦତ୍ତାରୟା ରାମଚନ୍ଦ୍ର କାପ୍ରେକର (୧୯୦୫-୧୯୮୬) । ଗଣିତରେ କୌଣସି ସ୍ନାତକୋତ୍ତର ଡିଗ୍ରୀ ବା ବିଧିବଦ୍ଧ ତାଲିମ ନଥାଇ ମଧ୍ୟ ନମ୍ବର ଥିଓରୀ ନେଇ ତାଙ୍କ ପ୍ରବଳ ଆଗ୍ରହ ଥିଲା । ମହାରାଷ୍ଟ୍ର ନାସିକରେ ସେ ୧୯୩୦ରୁ ୧୯୬୨ ପର‌୍ୟ୍ୟନ୍ତ ଶିକ୍ଷକତା କରିଥିଲେ । ସଂଖ୍ୟାର ବିଶେଷ ଗୁଣକୁ ନେଇ କାପ୍ରେକର ଅନେକ ଗବେଷଣା କରିଛନ୍ତି । ଏଭିତରୁ କାପ୍ରେକର କନଷ୍ଟାଣ୍ଟ (୬୧୭୪) ସବୁଠୁ ବେଶୀ ଚର୍ଚ୍ଚିତ ।

 

କାପ୍ରେକର ସଂଖ୍ୟାର ମ୍ୟାଜିକ ଆଉ ଏକ ସଂଖ୍ୟା (୨୦୨୦)କୁ ଉଦାହରଣ ଭାବରେ ନେଇ ଦେଖିବା

୨୨୦୦ – ୦୦୨୨ = ୨୧୭୮
୮୭୨୧ – ୧୨୭୮ = ୭୪୪୩
୭୪୪୩ – ୩୪୭୭ = ୩୯୬୬
୯୬୬୩ – ୩୬୬୯ = ୫୯୯୪
୯୯୫୪ – ୪୫୯୯ = ୫୩୫୫
୫୫୫୩ – ୩୫୫୫ = ୧୯୯୮
୯୯୮୧ – ୧୮୯୯ = ୮୦୮୨
୮୮୨୦ – ୨୨୮ = ୮୫୩୨
୮୫୩୨ – ୨୩୫୮ = ୬୧୭୪

ତୁମପାଇଁ କାମ
ତୁମକୁ ଭଲ ଲାଗୁଥିବା ଏମିତି କିଛି ୪ ଟିକିଆ ସଂଖ୍ୟା ନିଅ ଏବଂ ଏଭିତରେ ଥିବା କାପ୍ରେକର ସଂଖ୍ୟାକୁ ଖୋଜି ବାହାର କର ।

Leave A Reply

Your email address will not be published.