Latest Odisha News

BREAKING NEWS

ଆମେରିକାଜ ଗଟ୍ ଟାଲେଣ୍ଟ ସିଜିନ-୧୫ ଫାଇନାଲରେ ଓଡିଆ ପୁଅ ସୁମନ୍ତ

ଭୁବନେଶ୍ୱର: ଆମେରିକାଜ ଗଟ୍ ଟାଲେଣ୍ଟରେ ସାଲସା ଓ ହିପ୍‌ହପ୍ ଡ୍ୟାନ୍ସ ପ୍ରଦର୍ଶନ କରି ଚର୍ଚ୍ଚାରେ ଓଡିଆ ପୁଅ ସୁମନ୍ତ ଓ ପଶ୍ଟିବଙ୍ଗର ଝିଅ ସୋନାଲି । ଏବେ ସେମାନେ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲ ପାଇଁ ସେମାନେ ଶନିବାର ମୁମ୍ବାଇରୁ ଆମେରିକା ଅଭିମୁଖେ ଯାତ୍ରା କରିବେ ।

ପ୍ରଥମ ଥର ପାଇଁ ଆମେରିକାନ ଗଟ୍ ଟ୍ୟାଲେଣ୍ଟ ବା ଏଜିଟିରେ ଭାଗ ନେଇଛନ୍ତି ଭାରତର ଏହି ଯୋଡି । ୨୦୧୨ ଏହି ଯୋଡି ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟରେ ଚାମ୍ପିଅନ ହୋଇଥିଲେ । ଏହା ପରେ ତାଙ୍କ ଉତ୍ସାହ ଆହୁରି ବଢିଯାଇଥିଲା । ନିଜ ଦିନରାତି ପରିଶ୍ରମ ବଳରେ ସେ ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ ଅଡିସନ ପାସ କରିଥିଲେ । ସେମିଫାଇନାଲ ରାଉଣ୍ଡରେ ସେ ଦକ୍ଷିଣ ଭାରତୀୟ ଗୀତ ‘ଟପ୍ ଲେସି ପୋଡି’ ରେ ନୃତ୍ୟ ପ୍ରଦର୍ଶ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ଏପରିକି ବିଚାରକମାନେ ଷ୍ଟାଣ୍ଟିଂ ଓବେସନ ଦେଇଥିଲେ । ଏବେ ଲକ୍ଷ୍ୟ ତାଙ୍କର ଫାଇନାଲରେ କିପରି ଜିତି ଟାଇଟଲ ହାସଲ କରିବେ ।

ସୁମନ୍ତଙ୍କ ନିଜ ଘର ରାୟଗଡାର ହୋଇଥିବା ବେଳେ ସେମାନେ ଭୁବନେଶ୍ୱରରେ ରହନ୍ତି । ବାପା ଇଷ୍ଟକୋଷ୍ଟ ରେଳବାଇର ଜଣେ କର୍ମଚାରୀ । ପିଲାଟି ଦିନରୁ ନୃତ୍ୟ ପ୍ରତି ବେଶ୍ ଆଗ୍ରହ ଥିଲା ସୁମନ୍ତଙ୍କର । ଥରେ ସେ କୋଲକାତାରେ ଏକ ଅଡିସନ ଦେବା ପାଇଁ ଯାଇଥିବା ବେଳେ ଗୁରୁ ବିଭାସ ଚୌଧୁରୀଙ୍କ ନଜରକୁ ଆସିଥିଲେ । ବିଭାସ ଶିଷ୍ୟ କରିବାକୁ ଆଗ୍ରହୀ ଥିବା ସେ ସୁମନ୍ତଙ୍କ ବାପାଙ୍କୁ ଜଣାଇଥିଲେ । ଏହା ପରେ ସେଠାରେ ଆରମ୍ଭ ହେଲା ନୃତ୍ୟ ଶିକ୍ଷା । ସୁମନ୍ତ ଓ ସୋନାଲି ବିଭାସ ଏକାଡେମୀ ଅଫ୍ ସାଲସା ବା ବ୍ୟାଡ୍ ସାଲସା ପାଇଁ ବେଶ୍ ଲୋକପ୍ରିୟ ।

 

Leave A Reply

Your email address will not be published.