ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଆଶଙ୍କା ବଢ଼ୁଥିବାରୁ ଏଲଓସିରେ ଭାରତ ପକ୍ଷରୁ ୩ ହଜାର ଅତିରିକ୍ତ ଯବାନ ଜମ୍ମୁ-କଶ୍ମୀରରେ ନିୟୋଜିତ କରିଛି । ସେନା ସୂତ୍ରରୁ ମିଳୁଥିବା ଖବର ମୁତାବକ ଏହାର ସକାରତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ପାକିସ୍ତାନ ସେନା ଅନ୍ୟ ବର୍ଷ ତୁଳନାରେ ଏଥର ଆତଙ୍କବାଦୀଙ୍କୁ ଭାରତ ସୀମା ମଧ୍ୟରେ ପଠାଇବାରେ କମ୍ ସଫଳ ହୋଇଛି ।
ନିକଟରେ ଗୁରେଜ ସେକ୍ଟରରେ ବଡଧରଣର ଅନୁପ୍ରବେଶକୁ ଭାରତୀୟ ସେନା ବିଫଳ କରି ଦେଇଥିଲେ । ଅଧିକ ସଂଖ୍ୟକ ଯବାନ ନିୟୋଜିତ ହେବା ଫଳରେ ସୀମାରେ ଭଲ ଭାବେ ନଜର ରଖାଯାଇ ପାରୁଛି । ଚୀନ ସହ ମତଭେଦ ଚାଲିଥିବା ବେଳେ ପାକିସ୍ତାନ ଉପରେ କିନ୍ତୁ କଡା ନଜର ଭାରତୀୟ ସେନା ରଖିଛି ।
Comments are closed.