Latest Odisha News

BREAKING NEWS

ମାତ୍ର ୫୦୦ ଟଙ୍କା ଚୋରି ସନ୍ଦେହରେ ନାବାଳକକୁ ପିଟିପିଟି ହତ୍ୟା !

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଡ଼ୋଶୀଙ୍କ ଘରୁ ୫୦୦ ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ପଡୋଶୀ ମହିଳା ଏବଂ ଅନ୍ୟ କେତେକ ଗ୍ରାମବାସୀ ପିଲାଟି ଟଙ୍କା ଚୋରି କରିଥିବା ସନ୍ଦେହ କରିଥିଲେ । ଯଦିଓ ମହିଳା ଜଣକ ପୁଅକୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି, ତଥାପି ସେ ତାଙ୍କ ମୃତ୍ୟୁ ବିଷୟରେ ଜାଣି ନଥିବା କହିଛନ୍ତି।

ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳକ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଅଧିକ ଅନୁସନ୍ଧାନ ପାଇଁ ଗାଁକୁ ଏକ ଫୋରେନସିକ୍ ଟିମ୍ ପଠାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

Comments are closed.