Latest Odisha News

BREAKING NEWS

କାହିଁକି ବନ୍ଦ ଡାକରା ଦେଲା ବଲାଙ୍ଗୀର କରୋନା ନିୟାମକ କମିଟି, ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ କୋଭିଡ ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଚିନ୍ତାରେ ନବନିର୍ମିତ କରୋନା ନିୟାମକ କମିଟି ପକ୍ଷରୁ ଶୁକ୍ରବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବ୍ୟବସାୟୀ ସଂଘ, ରାଜନୈତିକ ଦଳ, ନାଗରିକ ସମାଜ ଏବଂ ଥିଙ୍କ ଟ୍ୟାଙ୍କ ର ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟି ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଆହ୍ୱାନ ଦେଇଛି।

ତେବେ ମେଡିସିନ୍ ଆଉଟଲେଟ୍, ଗ୍ରୋସରୀ ଏବଂ ପନିପରିବା ଦୋକାନ, ମାଛ, ଅଣ୍ଡା ଏବଂ ମାଂସ ଦୋକାନ, କ୍ଷୀର ଏବଂ ପାନ ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସକାଳ ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ପାର୍ଶଲ ଅର୍ଡର   ନେଇପାରିବେ ।

ପଶ୍ଚିମ ଓଡ଼ିଶାର ଏଇ ଜିଲ୍ଲାର୍ବ ଅଗଷ୍ଟ ୮ରୁ କୋଭିଡ ପଜିଟିଭ ମାମଲାରେ କ୍ରମାଗତ ବୃଦ୍ଧି ଘଟିଥିବା ଜଣାଯାଇଛି।

୧୮ ମୃତ୍ୟୁ ଏବଂ ୩୦୯୭ ପୁନରୁଦ୍ଧାର ସହିତ ବଲାଙ୍ଗୀରରେ ବର୍ତ୍ତମାନ ୬୬୩ ସକ୍ରିୟ ମାମଲା ରହିଥିବା ଜଣାପଡିଛି ।

Leave A Reply

Your email address will not be published.