Latest Odisha News

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: କୋଭିଡ ୧୯ ସଂକ୍ରମିତ ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ପି ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଆଜି ସେ ଚିକିତ୍ସିତ ହେଉଥିବା ଏମଜିଏମ୍ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି । ତାଙ୍କ ଅବସ୍ଥାରେ ସୁଧାର ଆସୁ ନ ଥିବା ବେଳେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

ଗତ ୫ ତାରିଖରୁ ସୁବ୍ରମଣ୍ୟମ୍ ଚିକିତ୍ସିତ ହୋଇଆସୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥାରେ ଅବନତି ଘଟୁଥିବା ଜଣାପଡିଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି ।

ଚିକିତ୍ସା ଚାଲିଥିବା ବେଳେ ସୁବ୍ରମଣ୍ୟମ୍ ଏବେ କୋଭିଡ୍ ନେଗେଟିଭ୍ ବାହାରିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.